UNESCOର ଆନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୧୮ ଉପଲକ୍ଷେ ଆମେ ଆପଣଙ୍କୁ ଫେବୃଆରୀ ୧୪-୨୧ ତାରିଖ ଭିତରେ ଏହି ନୂଆ ଓ ମଜାଳିଆ ଆହ୍ୱାନରେ ଭାଗନେବାକୁ ଆମନ୍ତ୍ରଣ କରୁଛୁ!
ଆଦିବାସୀ, ସଂଖ୍ୟାଲଘୁ, ଐତିହ୍ୟ ଓ ବିପନ୍ନ ଭାଷାମାନଙ୍କ ଉପରେ ବିଶେଷ ଗୁରୁତ୍ତ୍ୱ ଦେଇ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ସ୍ଥାପନ କରିବା ନିମନ୍ତେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଆରମ୍ଭ ହୋଇଥିଲା ।
ଆପଣଙ୍କ ପାଇଁ ଆହ୍ୱାନ: ଏହି ଆନ୍ଦୋଳନରେ ଯୋଗଦେଇ ଓ ଭାଗନେଇ ନିଜ ଭାଷାରେ ଏକ ନୂଆ ମିମ ତିଆରି କରନ୍ତୁ, ସେଥିରେ ଏକ ହାସଟ୍ୟାଗ ଯୋଡ଼ନ୍ତୁ, ଆଉ ତାକୁ ପୃଥିବୀ ସାରା ବାଣ୍ଟନ୍ତୁ ।